Sunday, February 21, 2016

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଶୁଭେଛା ସହ କିଛି କ୍ଷୁଦ୍ର କବିତା


(୧)
ରକ୍ତପୋଖରୀରେ ପହଂରୁଥିବା ପଦ୍ମ -ମୋ ଅତୀତ
ଫୁଲ ତୋଳି ଯିବ ତ ମାଳୀ ମାଗେ ‘ରକ୍ତ ଦିଅ ରକ୍ତ’
(୨)
‘ରାତି ଲୋ ରାତି! ବୟସ ତୋ କେତେ?’
ରାତି କହେ, ‘ତୋ ଆଖିରେ ନିଶା ଯେତେ’
(୩)
କାଲିର ସ୍ମୃତି, ଆଜି ଜଳନ୍ତା ଅଂଗାର
ମନେରଖ-ସେତକ ତୁମ ନିଜର
(୪)
ଆଶା-ଜହ୍ନ ଉଏଁ ଶୋଷର ଶେଷସୀମାରେ
ବାଟୋଇ ପୁଣି ପଡେ ମରୀଚିକା ମାୟାରେ
(୫)
ସ୍ଵପ୍ନ ମୋ ସୁକ୍ଷ୍ମ କାଚର ଘରଟିଏ
ବିପଥ-ପବନର ବି ତା’ ଉପରେ ନଜର ଥାଏ
(୬)
ଶୁଷ୍କ ପୃଥିବୀ, ଉଲଗ୍ନ ଆକାଶ
ତଥାପି ଆଖି ଖୋଜେ ପ୍ରେମର ଅବଶେଷ
(୭)
ଚାଷୀଭାଈ ମୁଁହରୁ ଶୁଭୁଥିବା ଗୀତ
ରାଗ-ରହିତ, ତଥାପି ବି ମୁଁ ମୋହିତ
(୮)
ଝିଂକାରୀର ଝିଂ-
ରାତିଚରଂକ ଅତି ପ୍ରିୟ ଲୋରୀ
-ପୁଣ୍ୟଶ୍ଲୋକ
Comments
Browbeaten Bookkeeper
Write a comment...

No comments:

Post a Comment